ଆସନ୍ତା ୪ ଦିନ ରାଜ୍ୟରେ ଏମିତି ଥଣ୍ଡା ରହିବ। କାଲିର ତାପମାତ୍ରା କୋରାପୁଟ ୪.୮ ଡିଗ୍ରି, ଦାରିଙ୍ଗବାଡି ୬.୫, ଝାରସୁଗୁଡ଼ା ୭.୨, ଜି ଉଦୟଗିରି ୭.୮, ରାଉରକେଲା ୮, ନବରଙ୍ଗପୁର ୮.୫, ସୁନ୍ଦରଗଡ଼ ୯, ଭବାନୀପାଟଣା ୯.୮ ଡିଗ୍ରି
ସ୍କୁଲ ପିଲାଙ୍କ ପାଇଁ ମାଗଣା ବସ ସେବା। ଏସି ଓ ନନ ଏସି ବସରେ ସ୍କୁଲ ଛାତ୍ରଛାତ୍ରୀମାନେ ମାଗଣାରେ ସ୍କୁଲକୁ ଯିବାଆସିବା କରିପାରିବେ।
ଓଏସଏସଟିଇଟି ପରୀକ୍ଷା ଜାନୁୟାରୀ ୨୧ରେ ହେବ। ଦୁଇଟି ସିଟିଙ୍ଗରେ ଦୁଇଟା ପେପର ପରୀକ୍ଷା ଦେବେ ପରୀକ୍ଷାର୍ଥୀ।
ରାଜ୍ୟର ବିଭିନ୍ନ ମଣ୍ଡିରେ ୫,୧୬୨ ଟନ୍ ଧାନ ପଡ଼ିରହିଛି, ଯାହା ମିଲର୍ସ ଉଠାଇ ନାହାନ୍ତି। କେବଳ ସମ୍ବଲପୁର ଜିଲ୍ଲାରେ ପଡିଛି ୩,୨୩୭ ଟନ।
ରାଜ୍ୟର ସୀମାନ୍ତରେ ଧାନ ଗାଡ଼ି ଜଗିବ ଏନଫୋର୍ସମେଣ୍ଟ ଟିମ୍। ଗାଡ଼ିରେ କ୍ୟାମେରା ଲଗାଇ ସତର୍କ ରହିବେ।
ବିଜେଡି ପ୍ରତିଷ୍ଠା ଦିବସରେ ନବୀନ କହିଲେ, ଆଗାମୀ ୧୦୦ ବର୍ଷ ଯାଏଁ ରହିବ ବିଜେଡି, କେହି ଭାଙ୍ଗି ପାରିବେନି।
ରାଜ୍ୟ ସରକାର ଓ ଡାକ୍ତରଙ୍କ ବିବାଦ ବଢିଲା। ରାଜ୍ୟସାରା ଦିନ ୧୦ରୁ ୧୧ଟା ଯାଏ ଓପିଡ଼ି ସେବା ବନ୍ଦ।
ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଘର ଯୋଜନାର ୱାର୍କ ଅର୍ଡର ବଣ୍ଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କଳଙ୍କିତ ସଂସ୍ଥା ଓଡିଶା ରୁରାଲ ହାଉସିଙ୍ଗ ର କଳଙ୍କିତ ପୂର୍ବତନ ଏମଡି, ପୂର୍ବ ଆଇଏଏସ ବିନୋଦ କୁମାର ଦ୍ୱାଦଶ ଥର ପାଇଁ ଦୋଷୀ ସାବ୍ୟସ୍ତ, ୩ ବର୍ଷ ସଶ୍ରମ କାରା ଦଣ୍ଡାଦେଶ।
ଅଶାନ୍ତ ରାଜଧାନୀରେ ପୁଣି ମାରିଲା “ଆମ ବସ୍’। ଭରତପୁର-ଚନ୍ଦକା ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଚାପିଦେଲା।
ପାରାଦୀପ ବନ୍ଦରରେ ବିଦେଶୀ ଜାହାଜକୁ ଆରେଷ୍ଟ ପାଇଁ କଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ।
କୋରାପୁଟ ବନ ବିଭାଗ ଫରେଷ୍ଟରଙ୍କ ଉପରେ ୫ଟି ସ୍ଥାନରେ ଚଢ଼ାଉ। ଘରେ କେଜିଏ ସୁନା, ରାଜଧାନୀରେ ଦୁଇଟି ବଡ଼ କୋଠା ଓ ସାତଟି ଦାମୀ ପ୍ଲଟ୍ ମିଳିଛି।
କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଚିଙ୍ଗୁଡ଼ିପାଳ ପଞ୍ଚାୟତ ପାଟଣା ମୌଜାରେ ହାତୀ ଆତଙ୍କ। ତିନିଦିନ ହେଲାଣି ଉତ୍ପାତ ହେଉଛି।
କେନ୍ଦୁଝର ଚମ୍ପୁଆ ରେଞ୍ଜକୁ ଫେରିଲେ ୪୦ରୁ ଅଧିକ ହାତୀ। ପଦ୍ମପୁର, ମାଳିପଶି ଗାଁ ନିକଟରେ ମାଳ ମାଳ ହାତୀ।
ରାଉରକେଲା ବାଲିଝୁଡି ସ୍ଵପ୍ନେଶ୍ଵର ମନ୍ଦିର ନିକଟରେ ଦୁଇଟି ବସକୁ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ପରମିଟ ପାଇଁ ଛିଡ଼ା ହୋଇଥିଲା ୨ଟି ନୂଆ ବସ।
ବାଲେଶ୍ଵର ପ୍ରଦୂଷଣ ପୁଣି ୩୦୦ ଏକ୍ୟୁଆଇ ପାର କଲା, ଦିଲ୍ଲୀକୁ ପଛରେ ପକାଇଲା।
ନବରଙ୍ଗପୁରରେ ପୁରୁଷ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ହେଲା। ବାଲ୍ୟବିବାହ ସଂଖ୍ୟା ବଢୁଛି।
ଓଡ଼ିଶା ସୀମାନ୍ତ ଲଖନପୁର ବ୍ଲକର ୧୯ ମୌଜାର ଜୀବନରେଖା ‘କେଲୋ’ ନଦୀରେ ଛତିଶଗଡ଼ ଛାଡ଼ୁଛି ନିଜର ଅଳିଆ, ନର୍ଦ୍ଦମା ପଙ୍କପାଣି। ଓଡିଶା ନୀରବ
ବିଜୟ ହଜାରେ କ୍ରିକେଟ ମ୍ୟାଚରେ ସର୍ଭିସେସକୁ ୪ ଓ୍ବିକେଟରେ ହରାଇଲା ଓଡ଼ିଶା
ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହେଲେ ଗଜପତିର ଜ୍ୟୋତ୍ସ୍ନା ଶବର
ଉତ୍ତରପ୍ରଦେଶ ଲକ୍ଷ୍ନୌରେ ‘ରାଷ୍ଟ୍ର ପ୍ରେରଣାସ୍ଥଳ’ ଉଦ୍ଘାଟନ କଲେ ମୋଦୀ। ସଭାସ୍ଥଳରୁ ଫୁଲକୁଣ୍ଡ ବୋହି ନେଇଗଲେ ଲୋକେ
ମାଡ୍ରାସ ହାଇକୋର୍ଟ କହିଲେ, ଦେଶରେ ପିଲାଙ୍କ ଲାଗି ବ୍ଯାନ ହେଉ ସୋସିଆଲ ମିଡ଼ିଆ।
ତୃତୀୟ ମହିଳା କ୍ରିକେଟ ଟି-ଟେଣ୍ଟିରେ ଶ୍ରୀଲଙ୍କାକୁ ଆଠ ଓ୍ବିକେଟରେ ହରାଇ, ଭାରତର ସିରିଜ ବିଜୟ।
କାନାଡାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳିମାରି ହତ୍ୟା। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଗୁଳିମାଡ଼ ପରେ ଅଭିଯୁକ୍ତ ଫେରାର।
ଫେରାର ଲଳିତ ମୋଦୀ ଓ ବିଜୟ ମାଲ୍ୟା ଭାରତକୁ ସମାଲୋଚନା କରୁଥିବା ଭିଡିଓ ଭାଇରାଲ। ସରକାର କହିଲେ ତାଙ୍କୁ ଆଣିବାକୁ ଆମେ କଠିନ ପରିଶ୍ରମ କରୁଛୁ।
ଗତବର୍ଷ ଏଇ ସମୟରେ
ନିଯୁକ୍ତିରୁ ବାଦ ପଡ଼ିଥିବା ପ୍ରାଥମିକ ଶିକ୍ଷକ ନିୟମିତ ହେବେ ବୋଲି କହିଥିଲେ ସରକାର
ଦୁଇ ବର୍ଷରେ ୭୫ ହଜାର ଚାକିରୀ ଦିଆଯିବ ବୋଲି କହିଥିଲେ ମୋହନ ମାଝୀ
ଏଇ ଶିକ୍ଷା ବର୍ଷରୁ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି କହିଥିଲେ ସରକାର
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ଜନ୍ମଦିନ: ମିର୍ଜା ଗାଲିବ, ନିତ୍ୟାନନ୍ଦ ସ୍ୱାମୀ, ସଲମାନ ଖାନ, ଲୁଇ ପାଶ୍ଚର, ଆଲବର୍ଟ ଏକ୍କା
ଆଜି ତିରୋଧାନ: ଫାରୁକ ଶେଖ, ବେନଜୀର ଭୁଟୋ
ଇତିହାସରେ ଆଜି: (୧୮୨୫) ଇଂଲଣ୍ଡ ରେ ପ୍ରଥମ ବାଷ୍ପୀୟ ଟ୍ରେନ ଗଡ଼ିଲା/ (୧୮୩୧) ପାଞ୍ଚବର୍ଷିଆ ଅଧ୍ୟୟନ ପାଇଁ ଚାର୍ଲସ ଡାରଉଇନ ଇଂଲଣ୍ଡରୁ ବାହାରିଲେ/ (୧୮୬୧) କଲିକତାରେ ପ୍ରଥମ ଥର ଚାହାଗୁଣ୍ଡ ନିଲାମ ହେଲା/ (୧୯୧୧) କଲିକତାରେ ପ୍ରଥମ ଥର ‘ଜନ ଗଣ ମନ’ ସଂଗୀତ ଗାନ/ (୧୯୩୪) ପର୍ସିଆ ଦେଶର ନାମ ଇରାନ ହେଲା/ (୧୯୪୫) ବିଶ୍ୱ ବ୍ୟାଙ୍କ ପ୍ରତିଷ୍ଠା/ (୧୯୭୯) ଆଫଗାନିସ୍ତାନ କୁ ଅଧିକାର କଲା ସୋଭିଏତ ଋଷ/ (୨୦୦୭) ପାକିସ୍ତାନ ରାଓଲପିଣ୍ଡି ରେ ବେନଜୀର ଭୁଟୋଙ୍କୁ ହତ୍ୟା
ବନ୍ଦେ ଉତ୍କଳ ଜନନୀ 🪻🌻🪻
