ଜାନୁଆରି ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣାହେବ, କହିଲେ ମୁଖ୍ୟମନ୍ତ୍ରୀ। ଏବେ ସବୁ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇନି।
ପୁରୀ ଶ୍ରୀମନ୍ଦିର ଗଣତି ମଣତି ପ୍ରହସନ। ଜାନୁଆରୀ ୨୭ରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ, ଜାନୁଆରୀ ଭିତରେ ପ୍ରକ୍ରିୟା ସରିବ।
କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଗିଲା ଅସ୍ଥାୟୀ ବ୍ୟାରିକେଡ୍, ଧାଡିରେ ଯାଇ ପାଖରୁ କାରୁକାର୍ଯ୍ୟ ଦେଖିବେ ପର୍ଯ୍ୟଟକ।
କାଲି, ଶୁକ୍ରବାର ସବୁ କଲେକ ଓ ବିଶ୍ୱବିଦ୍ୟାଳୟରେ ପାଳିତ ହେବ ବୀର ବାଲ ଦିବସ।
ରାଜ୍ୟରେ ଫରେଷ୍ଟର, ଆରଆଇ, ଅମିନ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି। ଡିସେମ୍ବର ୩୦ରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ।
ପେଟ୍ରୋଲ ପାଇଁ ପ୍ରଦୂଷଣ ସାର୍ଟିଫିକେଟ ନିୟମ ଫେବ୍ରୁଆରୀ ୧ ରୁ ଲାଗୁହେବ। ଲୋକଙ୍କ ବିରୋଧ ପରେ ନଇଁଲେ ସରକାର।
ଜନଜାତି ତାଲିକାରେ ସାମିଲ ହେବେ ନୂଆ ବର୍ଗ। ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା ଘୋଷଣା କଲେ ସରକାର।
ବର୍ଷେ ବ୍ୟବଧାନ ପରେ ନନ୍ଦନକାନନରେ ଗଡ଼ିଲା ଶିଶୁ ରେଳ ଗାଡ଼ି। ମଜା ନେଉଛନ୍ତି ପର୍ଯ୍ୟଟକ।
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଗଠନ କରାଯିବ।
ରାଜ୍ୟରେ ୧,୩୩୩ କୋଟିର ୧୧ ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର, ସୃଷ୍ଟି ହେବ ୭,୪୦୦ରୁ ଅଧିକ ନିଯୁକ୍ତି।
ରାଜ୍ୟରେ ସମସ୍ତ ଘରେ ସ୍ମାର୍ଟ ମିଟର ବ୍ୟବସ୍ଥା କରାଇବେ ସରକାର। ଟାଟା ପାୱାରକୁ ସାହାଯ୍ୟ କରିବେ।
ନୂଆ ଓ ପ୍ରଥମ ମହିଳା ମୁଖ୍ୟଶାସନ ସଚିବ ହେବେ ଅନୁଗର୍ଗ। ପୁଣିଥରେ ଅଣଓଡ଼ିଆ ଚିଫ ସେକ୍ରେଟାରୀ ପାଇଲା ରାଜ୍ୟ।
କଟକ ବଡ଼ମ୍ବାରେ ଜାନୁଆରୀ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ମକର ମେଳା ପାଇଁ ଟି-ସେତୁରେ ଯାନବାହାନ ଚଳାଚଳ ଉପରେ କଟକଣା ହେବ।
ରାଜ୍ୟରେ ଜେଲ୍ ବ୍ୟବସ୍ଥା ଦୁର୍ନୀତିରେ ବୁଡିଛି ବୋଲି ଅଭିଯୋଗ। କଏଦୀ ଫେରାର ଲାଗିରହିଛି। ଅଭିଯୋଗ ଥିବା ଅଫିସରଙ୍କୁ ମିଳୁଛି ପୁରସ୍କାର।
ସରକାରୀ “ଆମ ବସ୍”ରେ ଇନ୍ସ୍ୟୁରାନ୍ସ ନାହିଁ କି ପ୍ରଦୂଷଣ ନାହିଁ। କର୍ତ୍ତୃପକ୍ଷ ନିଜେ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି।
ରାଜସ୍ଵମନ୍ତ୍ରୀଙ୍କ ଦୃଢୋକ୍ତି, କୋଟିଆକୁ ଆନ୍ଧ୍ର ଅଧିକାରୀ ପ୍ରବେଶ କଲେ ଆମେ ବାନ୍ଧି ପକେଇବୁ।
ଭଦ୍ରକ ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତର ଘର ମିଳିମିଶି ଭାଙ୍ଗିଦେଲେ ସ୍ଥାନୀୟ ବାସିନ୍ଦା।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପୁଲିସ ମାଓବାଦୀ ମୁହାଁମୁହିଁ, ଦୁଇ ମାଓବାଦୀ ନିହତ।
ସୁନ୍ଦରଗଡ଼ କାରାଗାରରେ ଖାଇବା ପିଇବା ଛାଡି ହରତାଳରେ ଅଛନ୍ତି ୫୪୭ କଏଦୀ।
ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରାସ୍ତା, ୨ ବର୍ଷରେ ସରିନି ୪୦% କାମ। ଲୋକେ ହନ୍ତସନ୍ତ।
ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ପକ୍ଷରୁ ଖଣି ଓ ପାରିପାର୍ଶ୍ବିକ ଅଞ୍ଚଳର ପରିବେଶ ପାଇଁ ଧାର୍ଯ୍ୟ ହୋଇଥିବା ନୀତିର ଉଲ୍ଲଙ୍ଘନ। ଧ୍ବଂସ ଅଭିମୁଖେ ପରିବେଶ
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ର କୀର୍ତ୍ତନ ଶବରଙ୍କ ଝିଅ ଜ୍ୟୋସ୍ନା ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ
ଆସାମରେ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ଗୋଚର ଜମିରୁ ଅବୈଧ ଲୋକଙ୍କୁ ହଟାଇବା ଦାବିରେ ତୀବ୍ର ଅଶାନ୍ତି
ପ୍ରାୟ ୨୦ବର୍ଷ ପରେ ଏକାଠି ହେଲେ ଉଦ୍ଧବ-ରାଜ୍ ଠାକ୍ରେ, ମୁମ୍ବାଇ ବିଏମସି ନିର୍ବାଚନ ପାଇଁ କଲେ ମେଣ୍ଟ
କେନ୍ଦ୍ରର ଶ୍ରମ ସଂହିତା, ମନରେଗା ବଦଳରେ ଭିବି-ଜି ରାମ ଜି ବିଲ୍କୁ ବିରୋଧ କରି ୧୦ଟି ଶ୍ରମିକ ସଂଗଠନ ଫେବ୍ରୁଆରି ୧୨ରେ ଦେଶବ୍ୟାପୀ ଧର୍ମଘଟ କରିବେ।
ଆରାବଳୀ ପର୍ବତମାଳାରେ ନୂତନ ଖଣି ଲିଜକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର
ବିଜୟ ହଜାରେ କ୍ରିକେଟ ଟ୍ରଫିରେ ଓଡ଼ିଶାର ବ୍ୟାଟ୍ସମ୍ୟାନ ସ୍ଵସ୍ତିକଙ୍କ ଡବଲ ସେଞ୍ଚୁରି। ଓଡ଼ିଶାର ପ୍ରଥମ ଇତିହାସ
ନୂଆବର୍ଷରୁ ବିମାନ ଚଳାଚଳ କରିବେ ତିନି ନୂଆ କମ୍ପାନୀ। ଶଙ୍ଖ ଏୟାର, ଅଲ୍ ହିନ୍ଦ ଏୟାର ଏବଂ ଫ୍ଲାଏ ଏକ୍ସପ୍ରେସ
ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ମନୋନୀତ ହେଲେ।
୪ଟି ଲେଖାଏଁ ପିଲା ଜନ୍ମ କର, ନହେଲେ ଭାରତ ହୋଇଯିବ ପାକିସ୍ତାନ, କହିଲେ ବିଜେପି ନେତ୍ରୀ ନବନୀତ ରାଣା
ଚୀନ ଭିସା ଦୁର୍ନୀତି ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କ ପାଇଁ ଅଡୁଆ ବଢ଼ାଇଲା ତଦନ୍ତକାରୀ ସଂସ୍ଥା।
ଲିବିୟା ବିମାନ ଦୁର୍ଘଟଣାରେ ସେନାମୁଖ୍ୟ, ୪ ଜଣ ସୈନ୍ୟ ଅଧିକାରୀ ଓ ୩ ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ।
ଆର୍ଥିକ ସମସ୍ୟା ମଧ୍ୟରେ ପାକିସ୍ତାନ ଏୟାରଲାଇନ ବିକ୍ରି କରିଦେଲେ ପାକିସ୍ତାନ ସରକାର
ଗତବର୍ଷ ଏଇ ସମୟରେ
ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଇସ୍ତଫା ଦେଲେ। ପୁଅର ମୁଥମରା ଘଟଣାର ପରିଣତି ବୋଲି କୁହାଗଲା।
୨୦୨୫ ଜାନୁଆରୀରୁ ବିକ୍ରି ହୋଇ ପାରିବ ପାର୍ଟ ପ୍ଲଟ, କହିଥିଲେ ସରକାର
ଆଜି ଜାତୀୟ ସୁଶାସନ ଦିବସ
ଆଜି ତୁଳସୀ ପୂଜନ ଦିବସ
ଆଜି କ୍ରିସମାସ ଦିବସ
ଆଜି ଜନ୍ମଦିନ: ଆଇଜାକ ନିଉଟନ, ମଦନ ମୋହନ ମାଲବୀୟ, ଅଟଳ ବିହାରୀ ବାଜପେୟୀ, ବାବା ରାମଦେବ, ରାଜୁ ଶ୍ରୀବାସ୍ତବ, ନୌସାଦ, ନଗମା, ମହମ୍ମଦ ଅଲ୍ଲୀ ଜିନ୍ନା, ଜୟନ୍ତ ବେହେରା (କ୍ରିକେଟ, କଟକ)
ଆଜି ତିରୋଧାନ: ଚାର୍ଲି ଚାପଲିନ, ସି ରାଜଗୋପାଳାଚାରୀ, ସାଧନା, ଜ୍ଞାନୀ ଜୈଲ ସିଂ
ଇତିହାସରେ ଆଜି: (୧୭୬୩) ଭରତପୁର ମହାରାଜା ସୁରଜମଲଙ୍କ ହତ୍ୟା/ (୧୭୭୧) ମରାଠାଙ୍କ ସାହାଯ୍ୟରେ ଶାହ ଆଲମ ଦ୍ୱାରା ଦିଲ୍ଲୀ ସିଂହାସନ ଆରୋହଣ/ (୧୯୨୪) କାନପୁରରେ ପ୍ରଥମ କମ୍ୟୁନିଷ୍ଟ ସମ୍ମିଳନୀ ଅନୁଷ୍ଠିତ/ (୧୯୪୭) ପାକିସ୍ତାନ ଦ୍ୱାରା ଝଂଗଡ଼ ଅକ୍ତିଆର/ (୧୯୭୪) ରୋମ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅପହରଣ/ (୧୯୯୧) ସୋଭିଏତ ୟୁନିଅନ ଖଣ୍ଡ ଖଣ୍ଡ ହୋଇଗଲା/ (୨୦୦୮) ଚନ୍ଦ୍ରୟାନ-୧ ଦ୍ୱାରା ଚନ୍ଦ୍ର ର ନୂଆ ଫଟୋ ଉଠିଲା
ବନ୍ଦେ ଉତ୍କଳ ଜନନୀ 🪻🌻
