ବ୍ୟୁରୋ ରିପୋର୍ଟ
ରାୟଗଡ଼ା ଜିଲ୍ଲା ଓ କୋରାପୁଟ ଜିଲ୍ଲାର କୁଟିଂଗୁଡ଼ା ନଦୀରେ ବିନା ପଲ୍ଲିସଭାରେ ଚେକଡେମ ଓ ପାଇପ ଲାଇନ ନିର୍ମାଣକୁ ସ୍ଥାନୀୟ ରାୟଗଡା ଓ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁଟିଂଗୁଡ଼ା , ସିୟାଳିମାଳ,ବାରିଗାଁ ,ପିପଲପଦର,ବାଗମାରିଓ କେନ୍ଦୂପାଇ ଓ ଗ୍ରାମ.ଶଙ୍କରଡା ଥାନା. ଟିକିରି ଜିଲ୍ଲା. ରାୟଗଡ଼ ଅନ୍ତର୍ଗତ କାରାକଲା ,ତୟାପୁଟ,ଖଡିକାଯୋଡ଼ି,ଏକାଡଲ,ଲେଲିପୁଟ,ବାରିଗୁମା ,ପାଞ୍ଚାଳୀ ,କୋପାଡ଼ାଙ୍ଗ,କଂଶରିଗୁଡ଼ା,ପୁଞ୍ଜିଗୁମା ,ଶଙ୍କରଡା, ବାହରକୁଟିମି ଗ୍ରାମବାସୀ ମାନେ ମିଳିତ ଭାବେ ଲିଖିତ ଅଭିଯୋଗ ଉପ ଜିଲ୍ଲାପାଳ ଶ୍ରୀ ନବୀନ ନାୟକଙ୍କୁ ଜଣାଇଛନ୍ତି କି ଅଦିତ୍ୟ ବିର୍ଲା କମ୍ପାନୀ ଓ ଇଣ୍ଡଲ କମ୍ପାନୀ କଂସରିଗୁଡ଼ା ତରଫରୁ ହେବାକୁ ଥିବା ଚେକଡେମ ଓ ପାଇପ ଲାଇନ ବିନା ପଲ୍ଲିସଭାରେ ଜବରଦସ୍ତ ସର୍ଭେ କରାଯାଉଛି। ତେଣୁ ଦୁଇଗୋଟି ଜିଲ୍ଲା ବାସି ମିଳିତ ଭାବେରେ ଉକ୍ତ ସର୍ଭେକୁ ବାତିଲ କରିବାକୁ ସରକାରକୁ ଅନୁରୋଧ କରିଛନ୍ତି। ଉକ୍ତ ଜାଗାରେ ସର୍ଭେ ଓ କାର୍ଯ୍ୟକାରୀ କରିବାକୁ ହେଲେ ପ୍ରଥମେ ପଲ୍ଲିସଭା କରାଯାଉ । ଯେଉଁ ପର୍ଯ୍ୟନ୍ତ ପଲ୍ଲିସଭା କରାଯାଇନାହିଁ ସେ ପର୍ଯ୍ୟନ୍ତ ଘୋର ବିରୋଧ ପ୍ରଦର୍ଶନ ଜାରି ରହିବ କୌଣସି କାର୍ଯ୍ୟ କରିବାକୁ ଦିୟାଯିବ ନାହିଁ।
