ଦୁଇ ପୋଡା ଇଟା ଭାଟି ନଷ୍ଟ କଲା ଧରାକୋଟ ତହସିଲ….

ବ୍ୟୁରୋ ripore

ଦୁଇ ପୋଡା ଇଟା ଭାଟି ନଷ୍ଟ କଲା ଧରାକୋଟ ତହସିଲ…ଖଲ୍ଲିକୋଟ.. (ନି ପ୍ର)ଧରାକୋଟ ତହସିଲ ର ବାହାରପୁର ଓ ମହୁଲପଲ୍ଲୀ ଅଂଚଳ ର ଇଟା ଭାଟିରେ ବୁଲିଲା ବୁଲ ଡୋଜର l ତହସିଲ ପକ୍ଷରୁ ସପ୍ତାହ ତଳେ ଅଂଚରେ ପୋଡା ଇଟା ଭାଟି ନ କରିବାକୁ କହିଥିଲେ l କିନ୍ତୁ ଏହାକୁ ଭୁକ୍ଷେପ ନକରି ମାଲିକ ମାନେ ଅଂଚଳ ରେ ପାରିବେଶ ପ୍ରଦୂର୍ଷଣ ହେଲା ଭଳି ମାଟି, ବାଲି, ପାଣି କୁ ଏକତ୍ରିତ କରି ଇଟା ଭାଟି କରିବାକୁ ସାହସ କରିଥିଲେ l ତହସିଲଦାର ଙ୍କ କଥା କୁ ଅବମାନନା ହୋଇଥିବା ଦେଖି ଆଜି ତହସିଲଦାର ଲମ୍ବୋଦର ମାରାଣ୍ଡି ଆକ୍ସନ ମୁଡକୁ ଆସିଛନ୍ତି । ବେଆଇନ ଭାବରେ ବର୍ତ୍ତମାନ ଠାରୁ ଆରମ୍ଭ ହେଉଥିବା ପୋଡ଼ା ଇଟା ଭାଟି ଭାଙ୍ଗିବା ଆରମ୍ଭ କରିଛନ୍ତି । କୌଣସି ସୂତ୍ରରୁ ସୂଚନା ମିଳିବା ପରେ ଆଜି ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ଓ ପୋଲିସ ସହାୟତା ରେ ଧରାକୋଟ ତହସିଲ ଅନ୍ତର୍ଗତ ବାହାରପୁର ଓ ମହୁଲପଲ୍ଲୀ ଅଂଚଳ ରେ ଆରମ୍ଭ ହୋଇଥିବା ଇଟା ଭାଟି କୁ ଜେସିବି ଲଗାଇ ଭାଙ୍ଗିଥିଲେ । ନୂତନ ଭାବରେ ଗଢା ଯାଇଥିବା ପ୍ରାୟ ହଜାର ହଜାର ମାଟି ଇଟା ଆଜି ଭଙ୍ଗା ଯାଇଥିବା ବେଳେ ଏ ସମ୍ପର୍କରେ ତହସିଲଦାର ଙ୍କ ସହ ଯୋଗାଯୋଗ ବେଳେ ବେଆଇନ ଭାବରେ ଗଢି ଉଠୁଥିବା ଇଟାଭାଟି କୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି !

Leave a Reply

Your email address will not be published. Required fields are marked *

error: Content is protected !!