ପରିସ୍କାରଓଡିଶା ନ୍ୟୂଜ
vଜ୍ଞାତ ସାର ଆୟର ୧୦୧% ଅଧିକ ସମ୍ପତ୍ତି ଠାବ ହୋଇଛି, ଯେଉଁଥିରେ ୨ଟି ବହୁତଳ ପ୍ରାସାଦ, ୪ଟି ସ୍ପେଶାଲ୍ ପ୍ଲଟ୍ (ଜମି), ୩୫୧ ଗ୍ରାମ ସୁନା, ୨୭ ଲକ୍ଷ ଟଙ୍କାର ଜମା ଖାତା ଏବଂ ୧ଟି ଚାରିଚକିଆ ଯାନ ଇତ୍ୟାଦି ସାମିଲ ଅଛି।ଆଜି ଅର୍ଥାତ୍ ୨୨.୦୫.୨୦୨୬ ରିଖରେ, ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ଆର.ଡବ୍ଲ୍ୟୁ.ଏସ.ଏସ. (RWSS) ସହକାରୀ ଯନ୍ତ୍ରୀ ଶ୍ରୀ ମଳୟ କୁମାର ନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଜ୍ଞାତ ସାର ଆୟର ପ୍ରାୟ ୧୦୧% ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ କରିବା ଏବଂ ସେ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ବ୍ରହ୍ମପୁରର ମାନ୍ୟବର ସ୍ପେଶାଲ ଜଜ୍ (ଭିଜିଲାନ୍ସ) କୋର୍ଟକୁ ପଠାଯାଉଛି। ଏହି ସଂଦର୍ଭରେ ଶ୍ରୀ ମଳୟ କୁମାର ନାୟକ, ସହକାରୀ ଯନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଭ୍ରଷ୍ଟାଚାର ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ର ଧାରା 13(2) r/w 13(1)(b)/12 ଅନୁଯାୟୀ ବ୍ରହ୍ମପୁର ଭିଜିଲାନ୍ସ ଥାନା କେସ୍ ନମ୍ବର ୦୫ (ତାରିଖ ୨୨.୦୫.୨୦୨୬) ପଞ୍ଜିକୃତ କରାଯାଇଛି।ଘର ଚଢ଼ାଉ ସମୟରେ ଶ୍ରୀ ମଳୟ କୁମାର ନାୟକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର ନିମ୍ନଲିଖିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି:୧) ବ୍ରହ୍ମପୁରର ଲୋଚାପଡ଼ା ସ୍ଥିତ ସୌନ୍ଦର୍ଯ୍ୟ ନଗରରେ ପ୍ରାୟ ୪୦୦୦ ବର୍ଗଫୁଟର ଏକ ତିନି ମହଲା ବିଶିଷ୍ଟ କୋଠା ଘର।୨) ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦର ଥୋଲାଣ୍ଡା ବଡ଼ଦାଣ୍ଡ ସାହିରେ ଏକ ତିନି ମହଲା ବିଶିଷ୍ଟ କୋଠା ଘର।୩) ୪ଟି ସ୍ପେଶାଲ୍ ପ୍ଲଟ୍ (୩ଟି ବ୍ରହ୍ମପୁରରେ ଏବଂ ୧ଟି ଭଞ୍ଜନଗର ସହରରେ)।୪) ୩୫୧.୧୪ ଗ୍ରାମର ସୁନା ଗହଣା।୫) ୨୬,୯୯,୯୫୨ ଟଙ୍କାର ବ୍ୟାଙ୍କ ଏବଂ ପୋଷ୍ଟାଲ୍ ଜମା (ଡିପୋଜିଟ୍)।୬) ୧ଟି ଚାରିଚକିଆ ଯାନ (ମାରୁତି ବାଲେନୋ) ଏବଂ ୨ଟି ଦୁଇଚକିଆ ଯାନ।୭) ପ୍ରାୟ ୮.୫୬ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ।ସମ୍ପୂର୍ଣ୍ଣ ଚଢ଼ାଉ, ସାମଗ୍ରୀର ତାଲିକା ପ୍ରସ୍ତୁତ ଏବଂ ଅଧିକ ଖୋଳତାଡ଼ ପରେ, ରାୟଗଡ଼ା କୋଲନରା ବ୍ଲକର ଆର.ଡବ୍ଲ୍ୟୁ.ଏସ.ଏସ. ସହକାରୀ ଯନ୍ତ୍ରୀ ଶ୍ରୀ ମଳୟ କୁମାର ନାୟକଙ୍କ ଆୟ, ବ୍ୟୟ ଏବଂ ସମ୍ପତ୍ତିର ହିସାବ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ ସେ ନିଜର ବୈଧ ଆୟ ତୁଳନାରେ ୧୦୧% ଅଧିକ ଆୟ ବହିର୍ଭୂତ ସମ୍ପତ୍ତିର ଅଧିକାରୀ ଅଟନ୍ତି।ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।
