ରାଶିଫଳ, ୫ ଅପ୍ରେଲ ରବିବାର

ମେଷ ରାଶି
ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ ଏବଂ କର୍ମକ୍ଷେତ୍ରରେ ସଫଳତା ମିଳିବ
ପାରିବାରିକ ଜୀବନ ସୁଖମୟ ହେବା ସହ ନୂତନ ସୁଯୋଗ ପ୍ରାପ୍ତ ହୋଇପାରେ
ଆର୍ଥିକ ସ୍ଥିତିରେ ସୁଧାର ଆସିବ କିନ୍ତୁ ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ
ନିଜର ବ୍ୟବହାର ଦ୍ବାରା ଆପଣ ଅନ୍ୟମାନଙ୍କ ମନ ଜିତିବାରେ ସଫଳ ହେବେ
ଦୂରଯାତ୍ରାର ଯୋଗ ରହିଛି ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

ବୃଷ ରାଶି
ବ୍ୟବସାୟରେ ଉନ୍ନତି ହେବା ସହ ନୂଆ ନିବେଶ ପାଇଁ ଦିନଟି ବହୁତ ଭଲ ଅଟେ
ବନ୍ଧୁମାନଙ୍କ ସହଯୋଗ ମିଳିବ ଏବଂ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ
ଜୀବନସାଥୀଙ୍କ ସହ ସମୟ ଅତିବାହିତ କଲେ ମନ ପ୍ରସନ୍ନ ରହିବ
ଅଯଥା ଖର୍ଚ୍ଚରୁ ନିଜକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରନ୍ତୁ
ଛାତ୍ରଛାତ୍ରୀମାନେ ପାଠପଢାରେ ଅଧିକ ମନୋନିବେଶ କରିବା ଆବଶ୍ୟକ
ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ୍ ପେଟ ଜନିତ ସମସ୍ୟା ଦେଖାଦେଇପାରେ।

ମିଥୁନ ରାଶି
କର୍ମକ୍ଷେତ୍ରରେ କିଛି ଚାପ ଅନୁଭବ କରିପାରନ୍ତି ତେଣୁ ଧୈର୍ଯ୍ୟ ରଖନ୍ତୁ
ବାଦବିବାଦରୁ ଦୂରେଇ ରୁହନ୍ତୁ ଏବଂ କଥାବାର୍ତ୍ତା ଉପରେ ସଂଯମତା ରକ୍ଷା କରନ୍ତୁ
ସନ୍ତାନମାନଙ୍କ ସଫଳତାରେ ଆପଣ ଗର୍ବ ଅନୁଭବ କରିବେ
କୌଣସି ପୁରୁଣା ବନ୍ଧୁଙ୍କ ସହ ହଠାତ୍ ଦେଖା ହୋଇପାରେ
ଆୟ ଅପେକ୍ଷା ବ୍ୟୟ ଅଧିକ ହେବାର ସମ୍ଭାବନା ରହିଛି।

କର୍କଟ ରାଶି
ଆଜି ମନରେ ସାମାନ୍ୟ ଅଶାନ୍ତି ରହିପାରେ କିନ୍ତୁ ଧର୍ମ କାର୍ଯ୍ୟରେ ମନ ଶାନ୍ତ ହେବ
ଗୁରୁଜନମାନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କଲେ ସଫଳତା ସୁନିଶ୍ଚିତ
ସମ୍ପତ୍ତି ବାଡି ମାମଲାରେ କିଛି ସମସ୍ୟା ଉପୁଜିପାରେ ସାବଧାନ ରୁହନ୍ତୁ
ଘରକୁ ଅତିଥିଙ୍କ ଆଗମନ ହୋଇପାରେ ଯାହା ଖୁସି ଆଣିଦେବ
ପ୍ରେମ ସମ୍ପର୍କରେ ମଧୁରତା ଆସିବ ଏବଂ ବିଶ୍ବାସ ବୃଦ୍ଧି ପାଇବ
ନିଜର ଗୋପନ କଥା କାହା ସହ ସେୟାର କରନ୍ତୁ ନାହିଁ।

ସିଂହ ରାଶି
ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ ଏବଂ ସାମାଜିକ ପ୍ରତିଷ୍ଠା ବଢିବ
ସରକାରୀ କାର୍ଯ୍ୟରେ ଥିବା ବାଧାବିଘ୍ନ ଦୂର ହେବା ସହ ଶୁଭ ଫଳ ମିଳିବ
ଭାଇ ଓ ଭଉଣୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବାର ଯୋଗ ଅଛି
କାର୍ଯ୍ୟବ୍ୟସ୍ତତା କାରଣରୁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର ହେବ
ଆର୍ଥିକ ଦିଗରୁ ଦିନଟି ଶକ୍ତିଶାଳୀ ରହିବ ଏବଂ ଉତ୍ସାହ ବଢିବ
ହନୁମାନ ଚାଳିଶା ପାଠ କଲେ ଆପଣଙ୍କର ସମସ୍ତ ମାନସିକ ଚିନ୍ତା ଦୂର ହେବ।

କନ୍ୟା ରାଶି
କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ
ମାନସିକ ଶାନ୍ତି ବଜାୟ ରହିବ ଏବଂ ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ
ବିଦେଶ ଯାତ୍ରା ପାଇଁ ଯୋଜନା କରୁଥିଲେ ସଫଳତା ମିଳିପାରେ
ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ କୌଣସି ବଡ ଦାୟିତ୍ବ ମିଳିପାରେ
ଧନ ପ୍ରାପ୍ତିର ଯୋଗ ରହିଛି କିନ୍ତୁ କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ
ସନ୍ଧ୍ୟା ସମୟରେ ପରିବାର ସହ ଭଲ ସମୟ ବିତିବ।

ତୁଳା ରାଶି
ଆଜି ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ମନୋମାଳିନ୍ୟ ହୋଇପାରେ
ପରିବାରର ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାର କାରଣ ହୋଇପାରେ
ଅନାବଶ୍ୟକ ଦୌଡାଦୌଡି କାରଣରୁ ଶରୀରରେ କ୍ଲାନ୍ତି ଅନୁଭବ ହେବ
ଆର୍ଥିକ ନେଣଦେଣ ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ
ଧଳା ରଙ୍ଗର ବସ୍ତ୍ର ପରିଧାନ କଲେ ମାନସିକ ସନ୍ତୁଳନ ବଜାୟ ରହିବ।

ବିଛା ରାଶି
ଶତ୍ରୁମାନେ ପରାଜିତ ହେବେ ଏବଂ ଆପଣଙ୍କର ପ୍ରତିପତ୍ତି ବୃଦ୍ଧି ପାଇବ
ବ୍ୟବସାୟରେ ନୂତନ ଚୁକ୍ତି ହେବା ଫଳରେ ଭବିଷ୍ୟତ ପାଇଁ ଲାଭ ମିଳିବ
କୋର୍ଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯାଇପାରେ
ନିଜର ରାଗ ଉପରେ ନିୟନ୍ତ୍ରଣ ରଖିଲେ କାର୍ଯ୍ୟ ବିଗିଡିବ ନାହିଁ
ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିବ
ଶିବଙ୍କ ଆରାଧନା କଲେ ଆପଣଙ୍କ ପାଇଁ ଦିନଟି ଅଧିକ ଶୁଭ ହେବ।

ଧନୁ ରାଶି
ଉଚ୍ଚଶିକ୍ଷା ପାଇଁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ
କ୍ୟାରିୟରରେ କିଛି ନୂଆ କରିବା ପାଇଁ ସୁଯୋଗ ଆସିବ
ଦୂର ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ଶୁଣିବାକୁ ପାଇବେ
ଆଜି ଆପଣ ଅଧିକ ପରିଶ୍ରମ କରିବେ ଏବଂ ଫଳ ମଧ୍ୟ ପାଇବେ
ଘରେ କୌଣସି ପୂଜାପାଠର ଆୟୋଜନ ହୋଇପାରେ
ହଳଦିଆ ରଙ୍ଗ ଆପଣଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ।

ମକର ରାଶି
ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ଏବଂ ବାତାବରଣ ଶାନ୍ତ ରହିବ
ଯାନବାହନ କିଣିବାର ଯୋଗ ରହିଛି ଯାହା ଆପଣଙ୍କୁ ଖୁସି ଦେବ
କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ପାଇଁ ଆଶା ବଢିପାରେ
ଅନ୍ୟକୁ ସାହାଯ୍ୟ କରିବା ଦ୍ବାରା ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ
ସାମାଜିକ କାର୍ଯ୍ୟରେ ଯୋଗଦାନ କରିବାର ସୁଯୋଗ ପାଇବେ
ପ୍ରାଣାୟାମ ଓ ଯୋଗ ଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

କୁମ୍ଭ ରାଶି
ଅଯଥା ଚିନ୍ତା ଛାଡି ନିଜ କାର୍ଯ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ
ଆର୍ଥିକ ସଙ୍କଟର ସମାଧାନ ହେବ ଏବଂ ଆୟର ନୂଆ ପନ୍ଥା ମିଳିବ
ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ
ଭାବପ୍ରବଣ ହୋଇ କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ
ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଭଲ ସୁଯୋଗ ମିଳିବ
ନୀଳ ରଙ୍ଗର ବ୍ୟବହାର ଆପଣଙ୍କ ପାଇଁ ଅନୁକୂଳ ରହିବ।

ମୀନ ରାଶି
ଧାର୍ମିକ ଯାତ୍ରା ପାଇଁ ଯୋଗ ରହିଛି ଏବଂ ମନରେ ଭକ୍ତି ଭାବ ରହିବ
ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି
କର୍ମକ୍ଷେତ୍ରରେ ବଡ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ
ଘରେ ହସଖୁସିର ମାହୋଲ ରହିବ ଏବଂ ଶାନ୍ତି ମିଳିବ
ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଭଲ ସମୟ

ବିଷ୍ଣୁ ସହସ୍ରନାମ ପାଠ କଲେ ସମସ୍ତ ବିଘ୍ନ ନାଶ ହେବ।

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ

Leave a Reply

Your email address will not be published. Required fields are marked *

error: Content is protected !!