ମେଷ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜକୁ ଅଫିସ କାର୍ଯ୍ୟରେ ବହୁତ ବ୍ୟସ୍ତ ରଖିବେ ଏବଂ ନିଜର ଦକ୍ଷତା ପ୍ରତିପାଦନ କରିବେ । ବ୍ୟବସାୟ କରୁଥିବା ଲୋକମାନେ କଠିନ ପରିଶ୍ରମ କରି ଆଶାଜନକ ସଫଳତା ପ୍ରାପ୍ତ ହେବେ । ମହିଳାମାନେ ଘରର ସାଜସଜ୍ଜା ଓ ଗୃହକାର୍ଯ୍ୟରେ ଦିନଟିକୁ ଅତିବାହିତ କରିବେ । ଆଜି ସମାଜରେ ଆପଣଙ୍କର ମାନ-ସମ୍ମାନ ଓ ପ୍ରତିଷ୍ଠାର ବିଶେଷ ବିକାଶ ହେବ । ନିଜ ପଡୋଶୀ ଏବଂ ସହପାଠୀଙ୍କଠାରୁ ଆବଶ୍ୟକ ସମୟରେ ଉଚିତ୍ ସହଯୋଗ ମିଳିବ । ପରିବାର ଲୋକଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବାର ଏକ ସୁନ୍ଦର ସମ୍ଭାବନା ରହିଛି । ନିଜଠାରୁ ବଡ଼ ଗୁରୁଜନମାନଙ୍କ ଆଶୀର୍ବାଦ ମିଳିବା ଫଳରେ ଆପଣ ନିଜ ଜୀବନର ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।
ବୃଷ ରାଶି :- ଏହି ରାଶିର ଲୋକମାନେ ଆଜି ବ୍ୟବସାୟର ନୂଆ ନୂଆ ଯୋଜନା ପ୍ରସ୍ତୁତ କରିବେ ଏବଂ ସେଥିରେ ବଡ଼ ସଫଳତା ମଧ୍ୟ ପାଇବେ । କୌଣସି ବି କାମ କରିବା ପୂର୍ବରୁ ଆଜି ଭଲ ଭାବରେ ଚିନ୍ତା କରି କରିବା ଆପଣଙ୍କ ପାଇଁ ଶୁଭ ହେବ । ଆପଣଙ୍କର ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ଯଥେଷ୍ଟ ସୁଧାର ଆସିବ, ଯାହା ଦ୍ଵାରା ଆପଣ ନିଜ ଜୀବନରେ ଆଗକୁ ବଢ଼ିବା ପାଇଁ ଶକ୍ତି ପାଇବେ । ଦାଂପତ୍ଯ ଜୀବନରେ ନିଜ ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବା ଫଳରେ ଆପଣଙ୍କ ସମ୍ପର୍କ ଆହୁରି ମଜବୁତ ଓ ମଧୁର ହେବ । ନିଜ ସ୍ଵାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବା ସହ ପ୍ରତିଷ୍ଠାର ମାନ ମଧ୍ୟ ବଢ଼ିବ।
ମିଥୁନ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ଯଦି କୌଣସି ନୂଆ କାମକୁ ଅତି ଶୀଘ୍ର କରିବାକୁ ଚେଷ୍ଟା କରୁଛନ୍ତି, ତେବେ ସେଥିରେ ସାମାନ୍ୟ ଅସଫଳତା ମିଳିପାରେ, ତେଣୁ ଧୈର୍ଯ୍ୟ ଧରନ୍ତୁ । ଆପଣଙ୍କ ଘରର ବାତାବରଣରେ କିଛି ଶୁଭ ପରିବର୍ତ୍ତନ ଆସିପାରେ । ମାତା-ପିତାଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ରହିବ । ଆପଣଙ୍କର ଦୀର୍ଘ ଦିନର ଚେଷ୍ଟାର ଉଚିତ୍ ଫଳ ଆଜି ମିଳିବ, ଯାହା ଆପଣଙ୍କୁ ସଫଳତାର ଶୀର୍ଷକୁ ନେଇଯିବ । ନିଜ ସାଙ୍ଗ ସାଥିମାନଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ଆଜି ଅକସ୍ମାତ୍ ଧନ ଲାଭର ଏକ ବଡ଼ ଆଶଙ୍କା ଓ ଶୁଭ ଯୋଗ ରହିଛି । ନିଜ ବଚନ ଏବଂ କ୍ରୋଧ ଉପରେ ସଂଯମ ଓ ନିୟନ୍ତ୍ରଣ ରଖନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି, ସେମାନଙ୍କର ସୁବିଧା ଅସୁବିଧା ପ୍ରତି ଧ୍ୟାନ ଦିଅନ୍ତୁ।
କର୍କଟ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜ କଥାବାର୍ତ୍ତା ବା ବଚନର ସଠିକ ଉପଯୋଗ କରନ୍ତୁ, ନଚେତ ସାମାନ୍ୟ ଭୁଲ ବୁଝାବଣା ଯୋଗୁଁ କିଛି ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ । ସମାଜରେ ଆପଣଙ୍କର ମାନ-ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ଦାଂପତ୍ଯ ଜୀବନ ଅତି ଉତ୍ତମ ରହିବ ଏବଂ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ପୂର୍ବ ଅପେକ୍ଷା ଦୃଢ଼ ସମ୍ପର୍କ ସ୍ଥାପନ ହେବ । ଦୁହେଁ ପରସ୍ପର ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଆପଣ କୌଣସି ଧାର୍ମିକ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ପରିବାର ଲୋକଙ୍କୁ ଅଧିକ ସମୟ ଦେବାକୁ ଚେଷ୍ଟା କରନ୍ତୁ, ଯାହାଫଳରେ ଘରେ ଶାନ୍ତି ରହିବ । ନିଜ ସ୍ଵାସ୍ଥ୍ୟର ଉଚିତ୍ ଧ୍ୟାନ ରଖନ୍ତୁ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ।
ସିଂହ ରାଶି :- ଏହି ରାଶିର ବ୍ୟକ୍ତିମାନଙ୍କର ନିରନ୍ତର ଚେଷ୍ଟା ଯୋଗୁଁ ଆଜି ବଡ଼ ସଫଳତା ମିଳିପାରେ । ଆପଣଙ୍କୁ ବିଦେଶରେ କାମ କରିବା ପାଇଁ କିମ୍ବା ବିଦେଶ ଯାତ୍ରା ପାଇଁ ଆଜି କୌଣସି ବଡ଼ ସୁଯୋଗ ମିଳିବାର ଯୋଗ ଅଛି । ଆର୍ଥିକ ଦୃଷ୍ଟିରୁ ଆଜି ଦିନଟି ଶୁଭ ଏବଂ ଧନ ଲାଭର ଯୋଗ ରହିଛି । ବ୍ୟବସାୟରେ ଜଡିତ ଲୋକମାନେ ନିଜର କାରବାରକୁ ଆଗକୁ ବଢେଇବା ପାଇଁ ନୂଆ ପଦକ୍ଷେପ ନେବେ ଓ ସେଥିରେ ସଫଳ ମଧ୍ୟ ହେବେ । ଆଜି ଆପଣ କୌଣସି କାରଣରୁ ସାମାନ୍ୟ ମାନସିକ ଚିନ୍ତାରେ ରହିପାରନ୍ତି, ଯାହା ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇପାରେ, ତେଣୁ ମନକୁ ଶାନ୍ତ ରଖନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର କୌଣସି ବିଶେଷ କାର୍ଯ୍ୟ ପାଇଁ ଚାରିଆଡ଼ୁ ପ୍ରଶଂସା ମିଳିବ।
କନ୍ୟା ରାଶି :- ଏହି ରାଶିର ବ୍ୟକ୍ତିମାନଙ୍କର ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ମଧୁରତା ଆସିବ । କର୍ମକ୍ଷେତ୍ରରେ ଆଜି ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯାଇପାରେ, କିନ୍ତୁ ଆପଣ ନିଜ ବୁଦ୍ଧି ବଳରେ ସେହି ପରୀକ୍ଷାରେ ସଫଳ ହେବେ । ପରିବାର ଲୋକଙ୍କ ସହ କୌଣସି ସାମାଜିକ ସମାରୋହରେ ଯୋଗ ଦେବାର ସୁଯୋଗ ମିଳିବ । ବ୍ୟବସାୟ କରୁଥିବା ଲୋକମାନଙ୍କୁ ଆଜି ଭଲ ମୁନାଫା ବା ଲାଭ ମିଳିବ । ନିଜର ଲକ୍ଷ୍ୟ ଉପରେ ସମ୍ପୂର୍ଣ୍ଣ କେନ୍ଦ୍ରିତ ହୋଇ ଆଗକୁ ବଢିବାକୁ ପ୍ରୟାସ କରନ୍ତୁ । ଆପଣ ନିଜ ପ୍ରିୟଜନ ମାନଙ୍କ ସହ ଅଧିକ ସମୟ ବିତାଇବାରୁ ମନ ପ୍ରସନ୍ନ ରହିବ । ନିଜ ଶରୀର ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରଛାତ୍ରୀମାନେ ଆଜି ଦିନରେ ସତର୍କ ରୁହନ୍ତୁ, କାରଣ ସମୟଟି ଆପଣଙ୍କ ପାଇଁ ସାମାନ୍ୟ ପ୍ରତିକୂଳ ରହିପାରେ।
ତୁଳା ରାଶି :- ଏହି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟରେ କୌଣସି ଅଜଣା କାରଣରୁ ସାମାନ୍ୟ ସମସ୍ଯା ଦେଖାଦେଇପାରେ, ତେଣୁ କାରବାର ସମୟରେ ସତର୍କ ରୁହନ୍ତୁ । ନିଜଠାରୁ ବଡ଼ ଭାଇ ଓ ଭଉଣୀଙ୍କ ସହଯୋଗ ଆପଣଙ୍କୁ ଜୀବନର କଠିନ ପରିସ୍ଥିତିରେ ଆଗକୁ ବଢିବାକୁ ପ୍ରେରଣା ଦେବ । ନିଜ ଆୟ ଏବଂ ବ୍ୟୟ ଉପରେ ନିୟନ୍ତ୍ରଣ ରଖି ଖର୍ଚ୍ଚ କରନ୍ତୁ, ନଚେତ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମନା କରି ପାରନ୍ତି । କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ନିଜକୁ ବ୍ୟସ୍ତ ରଖିବେ ଓ ଶାନ୍ତି ପାଇବେ । ମହିଳାମାନେ ଘର ପାଇଁ ନୂଆ ଜିନିଷ କିଣିବାରେ ଏବଂ ଘରକୁ ସଜାଇବାରେ ଅଧିକ ବ୍ୟସ୍ତ ରହିବେ । ଦାଂପତ୍ଯ ଜୀବନରେ ସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ । କୌଣସି ନୂଆ ସ୍ଥାନକୁ ଯାତ୍ରା କରିବାର ଶୁଭ ସମ୍ଭାବନା ରହିଛି।
ବିଛା ରାଶି :- ଏହି ରାଶିର ବ୍ୟକ୍ତିମାନେ ଯଦି କୌଣସି ନୂଆ ବ୍ୟବସାୟ କିମ୍ବା କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆଜି ଦିନଟି ଅତ୍ୟନ୍ତ ଶୁଭ ଅଟେ । ଆପଣଙ୍କୁ ନିଜର କାମକୁ ଆଗକୁ ବଢେଇବା ପାଇଁ ଅନେକ ନୂଆ ନୂଆ ସୁଯୋଗ ମିଳିବ, ଯାହାକୁ ହାତଛଡ଼ା କରନ୍ତୁ ନାହିଁ । ଚାକିରି କରିଥିବା ଲୋକମାନଙ୍କର ନିଜର ସହକର୍ମୀ ଏବଂ ଉଚ୍ଚ ପଦାଧିକାରୀଙ୍କ ସହ ସମ୍ପର୍କ ଅତି ମଧୁର ରହିବ । ସନ୍ତାନମାନଙ୍କ ସଫଳତା ଯୋଗୁଁ ଆପଣ ଆଜି କୌଣସି ବଡ଼ ଖୁସି ଖବର ପାଇ ପାରିବେ । ଆଜି ଆପଣଙ୍କର ଅଧିକାଂଶ ସମୟ ଦେବାରାଧନା ଓ ପୂଜାପାଠରେ କଟିବ, ଯାହା ଆପଣଙ୍କୁ ମାନସିକ ଶକ୍ତି ପ୍ରଦାନ କରିବ।
ଧନୁ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜ ବ୍ୟବସାୟର ବିସ୍ତାରକୁ ନେଇ ବହୁତ ବ୍ୟସ୍ତ ରହିବେ । ନିଜର କର୍ମମୟ ଜୀବନ ଭିତରୁ ସମୟ ବାହାର କରି ପରିବାର ଲୋକମାନଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଦାଂପତ୍ଯ ଜୀବନରେ ଆଜି କିଛି ନୂଆ ଓ ସକାରାତ୍ମକ ପରିବର୍ତ୍ତନ ଆସିପାରେ । ଧନ ଲାଭର ବଡ଼ ଆଶଙ୍କା ଓ ସମ୍ଭାବନା ରହିଛି। ଆପଣଙ୍କର ସହଯୋଗୀ ବନ୍ଧୁମାନଙ୍କଠାରୁ ଆବଶ୍ୟକ ସମୟରେ ଆର୍ଥିକ ସାହାଯ୍ୟ ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ-ସମ୍ମାନ ଓ ପ୍ରତିଷ୍ଠା ପୂର୍ବ ଅପେକ୍ଷା ଅଧିକ ବଢିବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନୁଭବି ବ୍ୟକ୍ତିଙ୍କଠାରୁ ସଠିକ ପରାମର୍ଶ ନିଅନ୍ତୁ । ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଛାତ୍ରଛାତ୍ରୀମାନେ ସ୍କୁଲରେ ନିଜ ଦକ୍ଷତାର ଭଲ ପ୍ରଦର୍ଶନ କରି ପ୍ରଶଂସିତ ହେବେ।
ମକର ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜ ପରିବାର ଲୋକଙ୍କ ସହ ହସଖୁସିରେ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟ କ୍ଷେତ୍ରରେ ବଡ଼ ଧରଣର ଲାଭ ମିଳିବାର ସୁଯୋଗ ଅଛି । ନିଜର ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ତା’ର ଭଲ ଓ ମନ୍ଦ ଦିଗ ଉପରେ ଗଭୀର ଭାବରେ ଚିନ୍ତା କରନ୍ତୁ । ଆପଣଙ୍କୁ ଆଜି ଦିନରେ କୌଣସି ମହତ୍ତ୍ଵପୂର୍ଣ୍ଣ ଶୁଭ ଖବର ମିଳିପାରେ । ଦାଂପତ୍ଯ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଆସିବ । ସମାଜରେ ଆପଣଙ୍କର ଗୌରବ ଏବଂ ପ୍ରତିଷ୍ଠାର ମାନ ଅଧିକ ବଢିବ । କୌଣସି ମାଙ୍ଗଳିକ କିମ୍ବା ଧାର୍ମିକ କାର୍ଯ୍ୟରେ ଆପଣ ସକ୍ରିୟ ଭାବେ ଯୋଗ ଦେବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି, ସେମାନଙ୍କର ଉଚିତ୍ ଯତ୍ନ ଓ ଧ୍ୟାନ ରଖନ୍ତୁ।
କୁମ୍ଭ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ଅଫିସରେ ନିଜର ଅସାଧାରଣ ଦକ୍ଷତା ପାଇଁ ଚାରିଆଡ଼ୁ ପ୍ରଶଂସା ପାଇବେ। ନିଜର ପୁରୁଣା ସାଙ୍ଗସାଥିଙ୍କ ସହ ଭେଟ ହୋଇପାରେ ଏବଂ ଅଧିକ ସମୟ ବିତାଇବେ। ଅନାବଶ୍ୟକ ଆର୍ଥିକ ଖର୍ଚ୍ଚରୁ ନିଜକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆଜି କିଛି ଦୁଃଖୀ ଓ ଗରିବ ଲୋକଙ୍କୁ ସାହାଯ୍ୟ କଲେ ମନକୁ ଶାନ୍ତି ମିଳିବ । ଛାତ୍ରଛାତ୍ରୀମାନେ ନିଜର କଠିନ ପରୀକ୍ଷାରେ ସଫଳତା ପାଇବେ । ଆଜି ସାମାନ୍ୟ ସତର୍କ ରୁହନ୍ତୁ, କାରଣ ଆପଣଙ୍କର କୌଣସି ମୂଲ୍ୟବାନ ଜିନିଷ ଚୋରି ବା ହଜି ଯାଇପାରେ । କୌଣସି ଜରୁରୀ କାର୍ଯ୍ୟ ପାଇଁ ବିଦେଶକୁ ଯାତ୍ରା କରିବାର ସମ୍ଭାବନା ରହିଛି, ତେଣୁ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ।
ମୀନ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜର ବୃତ୍ତିଗତ କାମରେ ବହୁତ ବ୍ୟସ୍ତ ରହିବେ । ନିଜର ସମ୍ପତ୍ତି କିମ୍ବା ଜମିବାଡ଼ି ଜଡିତ କୌଣସି କାମ ପାଇଁ ସାମାନ୍ୟ ମାନସିକ ଚିନ୍ତାରେ ରହିପାରନ୍ତି । ନିଜ ପରିବାର ଲୋକଙ୍କ ସହ କୌଣସି ପାରିବାରିକ ସମାରୋହ କିମ୍ବା ଉତ୍ସବରେ ଯୋଗ ଦେବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ ଓ ଧନ ଆଗମନର ପଥ ପରିଷ୍କାର ହେବ । ମହିଳାମାନେ ଘରର ଅଧା ପଡ଼ିଥିବା କାମକୁ ଶେଷ କରିବାରେ ବ୍ୟସ୍ତ ରହିବେ । ଆପଣଙ୍କ ଘରେ ଆଜି ଅତିଥିଙ୍କ ଆଗମନ ଯୋଗୁଁ ଘରର ବାତାବରଣ ଉତ୍ସବମୁଖର ହେବ ଓ ନୂଆ ପରିବର୍ତ୍ତନ ଆସିବ । ସନ୍ତାନମାନଙ୍କର କୌଣସି ସଫଳତା ପାଇଁ ଆପଣ ଖୁସି ଖବର ପାଇବେ । ନିଜର ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ।
