ରାଶିଫଳ ଆଜି, ୨୦ ଜାନୁଆରୀ ମଙ୍ଗଳବାର

ମେଷ
ଆଜି ଅନୁକୂଳ ଗ୍ରହ ପ୍ରଭାବରୁ ସ୍ଥଗିତ କାର୍ଯ୍ୟାରମ୍ଭ, ଆର୍ଥିକ ଉନ୍ନତି, ସାମାଜିକ ସ୍ତରରେ ସମ୍ମାନିତ ହେବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ ଏବଂ ଛୋଟ ଦୋକାନ କାରବାରରୁ ଲାଭବାନ୍‌ ହେବେ। ଅଶ୍ୱିନୀ ନକ୍ଷତ୍ରର ସନ୍ଦେହ ଏବଂ ଭୁଲ୍‌ ବୁଝାମଣା ହେତୁ ପାରିବାରିକ ଅଶାନ୍ତି ସୃଷ୍ଟି ହୋଇପାରେ।

ବୃଷ
କର୍ମକ୍ଷେତ୍ରର ବିବାଦୀୟ ସ୍ଥିତି ପ୍ରଶମିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ରୋହିଣୀ ନକ୍ଷତ୍ର ସକାଶେ ବନ୍ଧୁଙ୍କ ମଧ୍ୟସ୍ଥତା ଫଳରେ ପାରିବାରିକ ସ୍ଥିତିରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାର ନିଷ୍ପତ୍ତି ନେବେ। ସାଧାରଣ କଥାକୁ କେନ୍ଦ୍ରକରି ବିରକ୍ତିଭାବ ସୃଷ୍ଟି ହେବ। ଆଜିର ଯାତ୍ରାରେ ଆଦର, ଗୌରବ ପାଇପାରନ୍ତି।

ମିଥୁନ
ଆଜି ମୃଗଶିରା ନକ୍ଷତ୍ରର ଅର୍ଥଲାଭର ପ୍ରଚେଷ୍ଟା ନିରର୍ଥକ ହେବନାହିଁ। ପଡ଼ୋଶୀଙ୍କ ସାହାଯ୍ୟରେ କାମ ହାସଲକରିବା ଫଳରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମକରି ଅନୁତପ୍ତ ହୋଇପାରନ୍ତି।

କର୍କଟ
କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ସତ୍ତ୍ୱେ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ପୁଷ୍ୟା ନକ୍ଷତ୍ର ପର କଥାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ ଦ୍ୱାରା ଅପଦସ୍ଥ ହେବେ। ସଭାସମିତିରେ ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି।

ସି˚ହ
ପାରିବାରିକ ସମସ୍ୟା ସମାଧାନକରି ଆଶ୍ୱସ୍ତି ଲଭିବେ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଅସମର୍ଥିତ ସୂତ୍ରରୁ ପ୍ରାପ୍ତ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ବ୍ୟବସାୟରେ ମାନନ୍ତର ଦେଖାଦେବ। ସ୍ବାର୍ଥ ହାସଲର ଆଶା ନିରର୍ଥକ ମନେକରି ମିତ୍ର କେହି ଛଳନାକରି ଦୂରେଇଯାଇ ପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ସନ୍ତୋଷଜନକ ରହିବ।

କନ୍ୟା
କର୍ମକ୍ଷେତ୍ରରେ ବିଜାତୀୟ ବ୍ୟକ୍ତି ସମସ୍ୟା ସୃଷ୍ଟିକରିପାରନ୍ତି। ଶିଳ୍ପ, ବାଣିଜ୍ୟ, ସାହିତ୍ୟ ଗବେଷଣା, ସାମ୍ବାଦିକତା ତଥା ଏଜେନ୍ସିପରେ ଆଶାଜନକ ସୁଫଳ ମିଳିବ। କଠିନ ପରିଶ୍ରମଜନିତ ଆକସ୍ମିକ ଭାବରେ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ହସ୍ତା ନକ୍ଷତ୍ର ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ଭ୍ରାତୃବିବାଦର ସମ୍ମୁଖୀନ ହୋଇପାରନ୍ତି।

ତୁଳା
ନିଜର ବିଚାରବୁଦ୍ଧି ବିନିଯୋଗକରି ପରିସ୍ଥିତିକୁ ସଜାଡ଼ି ନେବେ। ଘରୋଇ ସମସ୍ୟା ସମାଧାନରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଗୁରୁତ୍ୱପୂର୍ଣ୍ଣ କାମରେ ଆତ୍ମୀୟଙ୍କ ଉପରେ ଭରସାକରି ନିରାଶ ହେବେ। ବିଶାଖା ନକ୍ଷତ୍ର ସକାଶେ ସାହିତ୍ୟ, ସଙ୍ଗୀତ ତଥା ସଭାସମିତିରେ ସୁନାମ ମିଳିବ। ଆଲୋଚନାରେ ନିଜକୁ ସଙ୍କୁଚିତ ରଖିବେ।

ବିଛା
ପ୍ରତ୍ୟେକ କାମ ନିର୍ଦ୍ଦିଷ୍ଟ ସମୟରେ ନ ହେବାରୁ ଅବସାଦ ଲାଗି ରହିବ। ଆଜି ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ଦୀର୍ଘଦିନରୁ ଅଟକି ରହିଥିବା କାମ କିମ୍ବା ପାଇ ନ ଥିବା ଅର୍ଥପ୍ରାପ୍ତିରେ ଆନନ୍ଦ ଅନୁଭବ କରିପାରନ୍ତି। ଅନୁରାଧା ନକ୍ଷତ୍ର କର୍ମକ୍ଷେତ୍ରରେ ବୃଥାଶଙ୍କାକରି ସୁଯୋଗକୁ ହାତଛଡ଼ା କରିବା ସୂଚନା ରହିଛି।

ଧନୁ
ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଉଭେଇ ଯିବା ଅନୁଭବ କରିବେ। ମତଭେଦ କାରଣରୁ ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଫଳରେ କାମ ସୁବିଧାରେ ସମ୍ପନ୍ନ ହେବ । ଉତ୍ତରାଷାଢ଼ା ନକ୍ଷତ୍ରର ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା ପ୍ରତି ଆଗ୍ରହ ବଢ଼ିପାରେ।

ମକର
ଆଜିର ଯାତ୍ରା ପ୍ରୀତିପ୍ରଦ ରହିବ ଓ ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭକରି ଆନନ୍ଦ ଅନୁଭବ କରିବେ। ଶ୍ରବଣା ନକ୍ଷତ୍ର କର୍ମକ୍ଷେତ୍ରରେ ପରୋକ୍ଷ ସାହାଯ୍ୟ ଲାଭକରି କାମ ହାସଲ କରିବେ। ଅନ୍ୟମନସ୍କରୁ ଦବ୍ର୍ୟ ନଷ୍ଟହେବା ଆଶଙ୍କା ଦେଖାଦେବ। ଦର୍ଶନୀୟ ସ୍ଥାନ ଭ୍ରମଣ, ଆମଦାନୀ କାରବାର, ବନ୍ଧୁସମ୍ପର୍କରେ କିଛିଟା ସମସ୍ୟା ଆସିପାରେ।

କୁମ୍ଭ
ଶତଭିଷା ନକ୍ଷତ୍ରର ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣରେ ରହିବ। କେତେକ କ୍ଷେତ୍ରର ବିବାଦୀୟ ସ୍ଥିତି ସମ୍ପର୍କରେ ଜାଣିଥିଲେ ମଧ୍ୟ ଚୁପ୍‌ ରହିବେ। ବାଣିଜ୍ୟ, ବ୍ୟବସାୟ ତଥା ନିର୍ମାଣ କାମ ଧିମେଇଯିବାରୁ ସାମୟିକ ବ୍ୟସ୍ତତା ଅନୁଭବ କରିପାରନ୍ତି। ଆଜିର ଯାତ୍ରାରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବାର ଆଶଙ୍କା ଉପୁଜିପାରେ।

ମୀନ
ରେବତୀ ନକ୍ଷତ୍ରର ମନ ଅନୁଯାୟୀ କାମ ହାସଲ କରିବାରେ ପୂର୍ବାହ୍ନଟି ପ୍ରୀତିପ୍ରଦ ରହିବ। ନିଜ ପରିସରରେ ରହୁଥିବା କୌଣସି ବିଜାତୀୟ ବ୍ୟକ୍ତି କାମରେ ଅସହଯୋଗ କରିବା ଆଶଙ୍କା ରହିଛି। ଅର୍ଥନୈତିକ କାରବାର, ଜମିଜମା ସମସ୍ୟା, ବ୍ୟବସାୟ ଓ ପରିବହନର ପ୍ରତିବନ୍ଧକ ଦୂରେଇବାରେ ସମର୍ଥ ହେବେ।

Leave a Reply

Your email address will not be published. Required fields are marked *

error: Content is protected !!