ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଜି ଉଦୟଗିରି, ୩.୫ ଡିଗ୍ରି। କାଲି ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ କୁହୁଡ଼ି ହେବ।
ରାଜ୍ୟରେ କଳାକାର ସହୟତା ଯୋଜନାରେ ମାସିକ ଭତ୍ତା ତିନିହଜାର ଟଙ୍କାକୁ ବୃଦ୍ଧି କରାଗଲା। ୪୭, ୭୦୪ ଜଣ କଳାକାର ଟଙ୍କା ପାଇବେ।
ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୭ ଯାଏଁ ୟୁଜିସି ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ।
ଜଗନ୍ନାଥଙ୍କ ସହ ଖେଳ ନହେଉ। ପୁରୀ ଶ୍ରୀମନ୍ଦିରକୁ ଜାନୁୟାରୀ ୧ ରେ ପର୍ଯ୍ୟଟକଙ୍କ ପାଇଁ ମଧ୍ୟରାତ୍ରରୁ ଖୋଲିବା ନିଷ୍ପତ୍ତିକୁ ବିରୋଧ।
ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ।
ଝାରସୁଗୁଡ଼ାରେ ହୋମଗାର୍ଡ ପରୀକ୍ଷାରେ ଅନେକ ଉଚ୍ଚଶିକ୍ଷିତ। ୧୦୨ ପୋଷ୍ଟ ପାଇଁ ୪ ହଜାର ପରୀକ୍ଷାର୍ଥୀ।
ଭୁବନେଶ୍ୱର ଶିଖରଚଣ୍ଡୀରେ ଅଛନ୍ତି ଦନ୍ତାହାତୀ। ଏବେ ବି ପର୍ଯ୍ୟଟକଙ୍କୁ ମନା।
ପୁଣିଥରେ ବୋର୍ଡ ଓ କର୍ପୋରେସନ ନିଯୁକ୍ତି ମୁଆଁ ବାସ୍ନା ଶୁଂଘାଇଲେ ମନମୋହନ ସାମଲ। ନୂଆ ବର୍ଷରେ ରାଜନୀତିଆଙ୍କୁ ନିଯୁକ୍ତି ମିଳିବ।
ବଲାଙ୍ଗୀର ମାଢ଼େକେଲାରେ ବାଲି ଚୋରାଚାଲାଣ। ଜଳଯୋଗାଣ ପ୍ରକଳ୍ପ ପାଖରେ ବାଲି ଖୋଳିବାରୁ ପ୍ରକଳ୍ପ ପଙ୍ଗୁ ହେଲା।
ଗଜପତି ଜିଲ୍ଲାରେ ବିକଳ ସ୍ବାସ୍ଥ୍ୟସେବା। ରାମଗିରି ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ ଶିଶୁକୁ ମୁଖ୍ୟ ଚିକିତ୍ସାଳୟକୁ ରେଫର କଲେ ଡାକ୍ତର।
ଭଦ୍ରକରେ ଚୋରି କରୁଥିଲା ବେଳେ ଧରାପଡିଲା ଯୁବକ, ଇଲେକଟ୍ରିକ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ।
ଦେବଗଡ଼ ଜିଲ୍ଲା ରିଆମାଳରେ କୀଟନାଶକ ପିଇ ଜଙ୍ଗଲରେ ଦମ୍ପତି ମୃତ, ୫ ବର୍ଷର ଶିଶୁପୁତ୍ର ଗୁରୁତର
କନ୍ଧମାଳ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ଉପରେ ଚଢ଼ଉ କଲା ପୁଲିସ। ଗଛ କାଟି ପୋଡ଼ି ନଷ୍ଟ କଲେ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ତଣ୍ଡିମୁଣ୍ଡାଠାରେ ଦନ୍ତା ଆତଙ୍କ, ଭୟଭୀତ ସ୍ଥାନୀୟ ବାସିନ୍ଦା l
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୁଲାପଡ଼ା ଗାଁରେ ୧୧ ଦିନ ପରେ ନିଖୋଜ ଯୁବକଙ୍କ ଶବ ମାଟିତଳେ ଠାବ l ମୃତକ ପ୍ରକାଶ ମହାନ୍ତି।
ଖୋର୍ଦ୍ଧା ବାଘମାରୀ ପେଟ୍ରୋଲ ପମ୍ପ ପଛପଟେ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ। ମୃତକ ଯୁଧିଷ୍ଠିର ସାହୁ, ବୟସ ୩୫ବର୍ଷ
କେନ୍ଦ୍ରାପଡା ଗରଦପୁରରେ ଦୋକାନ ଭିତରେ ବ୍ୟବସାୟୀଙ୍କୁ ବନ୍ଦ କରି ଜାଳିଦେଲେ। ମୃତକ ସୁବାସ ମଳିକ।
ସୁନ୍ଦରଗଡ଼ କେ.ବଲାଙ୍ଗ ଚୁନାଘାଟିରେ ଦୁର୍ଘଟଣା ନେଲା ୩ ଜୀବନ। ଡିଭାଇଡର୍ ଡେଇଁ ଅପରପାର୍ଶ୍ବ ଟ୍ରକ୍କୁ ପିଟିଲା ହାଇୱା, ସ୍କୁଟି ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ନବରଙ୍ଗପୁର ମୈଦଲପୁରରେ ଅପେରାରେ ଯୁବତୀଙ୍କ ଅଶ୍ଳୀଳ ନୃତ୍ୟ ଭିଡିଓ ଭାଇରାଲ। ରାଜନୈତିକ ନେତା ଫିଙ୍ଗୁଥିଲେ ଟଙ୍କା।
ଅନୁଗୁଳ ଓ ତାଳଚେରରେ ପ୍ରବଳ ପ୍ରଦୂଷଣର ନିୟନ୍ତ୍ରଣ ପାଇଁ କୃତ୍ରିମ ବର୍ଷା କରାଇବା ପାଇଁ ମତପ୍ରକାଶ।
ପୁଣି ଓଡିଶାର ବେକ ଚିପିବ ଛତିଶଗଡ଼। ଉଦନ୍ତୀ ନଦୀରେ କରିବ ବ୍ୟାରେଜ୍, ଓଡ଼ିଶାର ୮୦ କିମି ଜଳସ୍ରୋତ ଶୁଖିଯିବ
କେରଳ ଥିରୁଅନନ୍ତପୁରମରେ ୪ର୍ଥ ମହିଳା ଟି-ଟ୍ବେଣ୍ଟି କ୍ରିକେଟରେ ଶ୍ରୀଲଙ୍କାକୁ ୩୦ ରନରେ ହରାଇଲା ଭାରତ।
କରୱାର ନୌସେନା ଘାଟିରୁ ଭାରତୀୟ ନୌସେନାର ସ୍ୱଦେଶୀ ବୁଡ଼ାଜାହାଜରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଏବେ ଲଣ୍ଡନରେ ଅସୁରକ୍ଷିତ ହେବେ କି ହିନ୍ଦୁ? ଖଲିସ୍ତାନୀ ମାନେ ହିନ୍ଦୁଙ୍କୁ ବିରୋଧ କରିବା ଆରମ୍ଭ କଲେ।
ଦେଶରୁ ଭାରତୀୟଙ୍କୁ ତଡିବାରେ ଆମେରିକାକୁ ଟପିଗଲା ସାଉଦି ଆରବ।
ଅଶାନ୍ତ ବାଂଲାଦେଶରୁ ହିନ୍ଦୁଙ୍କ ବିକଳ ଅନୁରୋଧ। ଭାରତ ସୀମା ଖୋଲ, ଆମକୁ ବଞ୍ଚାଅ।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ
ଆଜି ଆନ୍ତର୍ଜାତିକ ଜୈବିକ ବିବିଧତା ଦିବସ
ଆଜି ଜନ୍ମଦିନ: ରାଜେଶ ଖାନ୍ନା, ରାମାନନ୍ଦ ସାଗର, ଯୋଗୀତା ବାଲି, ସୟଦ କିରମାନି, ଟ୍ଵିଙ୍କଲ ଖାନ୍ନା
ଇତିହାସରେ ଆଜି: (୧୫୩୦) ସିଂହାସନ ଆରୋହଣ କଲା ହୁମାୟୁନ/ (୧୭୭୮) ଜର୍ଜିଆ କୁ ଅଧିକାର କଲେ ବ୍ରିଟିଶ ସେନା/ (୧୯୭୨) କଲିକତାରେ ମେଟ୍ରୋ ରେଳ ପାଇଁ କାମ ଆରମ୍ଭ/ (୧୯୭୫) ବ୍ରିଟେନରେ ପୁରୁଷ ଓ ମହିଳା ସମାନ ବୋଲି ଆଇନ/ (୧୯୮୪) ଭାରତରେ ରେକର୍ଡ ସଂଖ୍ୟକ ଭୋଟପାଇ ଜିତିଲା କଂଗ୍ରେସ/ (୨୦୦୪) ଇଣ୍ଡୋନେସିଆ ସୁନାମୀ ରେ ୬୦,୦୦୦ ମୃତ/ (୧୯୭୭) ମୁମ୍ବାଇରେ ପୃଥିବୀର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ “ଡ୍ରାଇଭ” ଉଦଘାଟିତ
ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋର୍ଡିଙ୍ଗ ବିଜ୍ଞାପନ ଦେବାପାଇଁ 99373 45001
www.odishahoardings.com
