ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଧନ, ମନ ଓ କ୍ଷମତା ଗର୍ବ – ବିଜେପି ନେତା ବସନ୍ତ ଉଲ୍ଲାକା

ବ୍ୟୁରୋ ରିପୋର୍ଟ (ପରିସ୍କାର ଓଡିଶା ନ୍ୟୁଜ)

ରାୟଗଡା ଜିଲ୍ଲା ବିଜେପି ଦଳର ବରିଷ୍ଠ ନେତା ବସନ୍ତ ଉଲ୍ଲାକା ଗଣମାଧ୍ୟମକୁ କହିଛନ୍ତି, ରାୟଗଡା ଜିଲ୍ଲା ପ୍ରଶାସନଙ୍କ ନିର୍ଧେଶକ୍ରମେ ସ୍ବର୍ଗୀୟ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ବିଭିନ୍ନ ଦଳର ନେତାମାନଙ୍କ ମତାମତ ନିଆଯାଇଥିଲା | ରାୟଗଡା ସହରର OMP ପାଖ ଏକ ପାର୍କଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଚିହ୍ନଟ କରାଯାଇଥିଲା | ସରକାରଙ୍କ ତରଫରୁ ପ୍ରତିମୂର୍ତ୍ତିକୁ ସମ୍ମାନସହ ଉଦଘାଟନ କରିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଇସାରାରେ ସରକାରୀ କାର୍ଯ୍ୟକ୍ରମକୁ ଅଣଦେଖା କରି ନିଜ ଦଳୀୟ ନେତୃବୃନ୍ଦଙ୍କ ଦ୍ୱାରା ଅତି ତରବରିଆ ଭାବେ ଉଦଘାଟନ କରିବା ରାୟଗଡା ଜିଲ୍ଲାବାସୀଙ୍କ ମନରେ ଆଘାତ ଦେଇଛି | ଜିଲ୍ଲା ପ୍ରଶାସନ, ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜନସାଧାରଣଙ୍କ ଉପସ୍ଥିତିରେ ଉଦଘାଟନ ହେବାର ଥିଲା | ଯାହାକି ସପ୍ତଗିରି ଉଲ୍ଲାକା ନିଜ ପରିବାର ମଧ୍ୟରେ ବାନ୍ଧି ରଖିବାକୁ ଚେଷ୍ଟା କରୁଛନ୍ତି ତାହା ନିନ୍ଦନୀୟ ଏବଂ ସାଂସଦ ସପ୍ତଗିରିଙ୍କ ଧନ,ମନ, କ୍ଷମତା ଏବଂ ଅହଂକାର ବଢ଼ିଯାଇଛି | ଯାହା କି ରାୟଗଡା ଜିଲ୍ଲାବାସୀ ଆଗାମୀ ଦିନରେ କଢ଼ା ଜବାବ ଦେବେ | ଏନ. ଭାସ୍କର ରାଓଙ୍କ ଭଳି ସମ୍ରାଜ୍ୟକୁ ରାୟଗଡା ଜିଲ୍ଲାବାସୀ ପ୍ରତ୍ୟାଖ୍ୟାନ କରିଥିବାବେଳେ ସାଂସଦ ସପ୍ତାଗିରି ଉଲ୍ଲାକାଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ | ଜିଲ୍ଲାରେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେପି ଦଳର ସମସ୍ତ ବିଧାୟକ, ସାଂସଦ ବିଜୟୀ ଲାଭ କରିବେ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ |କଂଗ୍ରେସ ଦଳର ଆଦିବାସୀ ନେତା ଡଃ. ଗିରିଧାରୀ ଗମାଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ,୯ ଥର କୋରାପୁଟ ଲୋକସଭା ସାଂସଦ,4 ଥର କେନ୍ଦ୍ରମନ୍ତ୍ରୀ ଓ ପିସିସି ସଭାପତି ମଧ୍ୟ ଥିଲେ | ଅନ୍ୟତମ ଆଦିବାସୀ ନେତା ଜୟରାମ ପାଙ୍ଗି କୋରାପୁଟ ଲୋକସଭା ସାଂସଦ ଓ ଓଡିଶା ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ, ସେହିଭଳି ନେତାଙ୍କୁ ଫଳକରେ ନାମ ଲେଖାଯାଇଅଛି କିନ୍ତୁ ତାକୁ ଉଦଘାଟନ କିମ୍ବା ସଭାରେ ଦେଖିବାକୁ ଜନସାଧାରଣ ପାଇପାରିଲେ ନାହିଁ | ସାଂସଦ ସପ୍ତଗିରି ଉଲ୍ଲାକା, ନିଜ ମାଟିର ଜଣେ ଆଦିବାସୀ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହେଜ୍ଞାନ କିନ୍ତୁ ରପ୍ତାନି ନେତାଙ୍କ ପ୍ରତି ଦରଦ | ସପ୍ତଗିରି ଉଲ୍ଲାକାଙ୍କ ଏହା ଏକ ବିରାଟ ଷଡଯନ୍ତ୍ର ଓ ଚାଲ |

Leave a Reply

Your email address will not be published. Required fields are marked *

error: Content is protected !!