ଖବର ଆଜିର, ୨୩ ଡିସେମ୍ବର, ମଙ୍ଗଳବାର

ପରିସ୍କାର ଓଡିଶା ନ୍ୟୁଜ଼:-(ରାୟଗଡା):-

ରାଜ୍ୟରେ ଆହୁରି ୫ ଦିନ ଯାଏଁ ଲାଗି ରହିବ ପ୍ରବଳ ଶୀତ। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ବି ରହିବ। କୋରାପୁଟରେ ତାପମାତ୍ରା ୫.୫ ଡିଗ୍ରୀ

ନୂଆବର୍ଷରେ ସରକାର ଆଣିବେ ୪୨୮ ନୂଆ ରୋଗୀବୁହା ଆମ୍ବୁଲାନ୍ସ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ, ଜାନୁଆରୀ ୩୧ ତାରିଖ ସୁଦ୍ଧା ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରି ପାଇବେ।

ରାଜ୍ୟରେ ୨୪ ଟି ନୂଆ ଏନଏସି ଓ ୫ଟି ମ୍ୟୁନିସିପାଲଟି ପାଇଁ ନୋଟିସ ପ୍ରକାଶ ପାଇଲା।

ହାଇଦ୍ରାବାଦରେ ରୋଡ଼ ସୋ ନିବେଶକ ସମ୍ମିଳନୀରୁ ଫେରିଲେ ମୋହନ ମାଝୀ। ୩୦ ଜିଲ୍ଲାରେ ୩୦ ଟି ଶିଳ୍ପ ପାଇଁ ନିବେଶକ ଯୋଗାଡ଼ କରିଛନ୍ତି ବୋଲି କହିଲେ।

ଝିଅ ବାହାଘର କଲେ ରାଜ୍ୟ ସରକାର ସୁନା କିଣିବା ପାଇଁ କନ୍ୟାପିତାଙ୍କୁ ଟଙ୍କା ଦେବେ। ସିଧାସଳଖ କନ୍ୟାପିତାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଳେଇବ।

ଗାଡି ମାଲିକଙ୍କ ପାଇଁ ଫନ୍ଦା। ତେଲ ପକାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଦରକାର। ଫାଇନ ବାକିଥିଲେ ମିଳିବନି ପ୍ରଦୂଷଣ ପ୍ରମାଣପତ୍ର।

ରାଜଧାନୀ ପ୍ରଦର୍ଶନୀ ପଡ଼ିଆରେ ଆଜିଠୁ ଓଡ଼ିଆ ଖାଦ୍ୟ ମହୋତ୍ସବ ଅନୁଷ୍ଠିତ ହେବ।

ଗଜପତି ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟରେ ଜାଲ ନିଯୁକ୍ତି ବୈଠକ କରୁଥିଲେ ସୁହାନା ଟ୍ରଷ୍ଟ। ପୁଲିସକୁ ଡାକି ଧରାଇ ଦେଲେ ସାମ୍ବାଦିକ।

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆରେ ଖାଦ୍ୟ ବିଷକ୍ରିୟା ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ। ଚିକେନ୍ ଓ ପାଳଙ୍ଗ ଶାଗ ଖାଇଥିଲେ।

ଖୋର୍ଦ୍ଧା ଜାମୁଝରିସ୍ଥିତ ମୁକ୍ତାକାଶ ଜେଲ ଆଶ୍ରମରୁ ୧୭ ଆଜୀବନ କଏଦୀ ଫେରାର ମାମଲାରେ ଜେଲ୍‌ ଡିଜିଙ୍କୁ ପୁଣି ସତ୍ୟପାଠ ପାଇଁ କହିଲେ ହାଇକୋର୍ଟ।

ସମ୍ବଲପୁର ରେଢାଖୋଲ ଅଞ୍ଚଳରେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଅଭିଯୋଗ। ପରିବାର ଲୋକଙ୍କ ଏତଲା।

ସୁନ୍ଦରଗଡ ଜିଲ୍ଲାରେ ଚାନ୍ଦିପୋଷ ବୀରତୋଳା ମନ୍ଦିର ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ଯୁବତୀ ମୃତ।

ରାୟଗଡା ଜିଲ୍ଲାରେ ମାଲବାହୀ ଟ୍ରକ୍‌ ମାଡିଯାଇ, କାଠ ବୋଝେଇ ସାଇକେଲ ଆରୋହୀଙ୍କ ମୃତ୍ୟୁ। ଗଛରୁ ପଡ଼ି ଜଣେ ନାବାଳକର ମୃତ୍ୟୁ।

ନବରଙ୍ଗପୁର ଜିଲ୍ଲାରେ ନଡ଼ିଆ ଭାଙ୍ଗି ଉଦ୍‌ଘାଟନରେ ସୀମିତ ଧାନମଣ୍ଡି। ମୁଠାଏ ଧାନ ଉଠୁନାହିଁ। ଛତିଶଗଡ଼ ଚାଲାଣ ଆରମ୍ଭ

ଅନୁଗୁଳରେ ମା’ ସହିତ ଦୁଇ ପୁଅଙ୍କ ମୃତ୍ୟୁ ଘଟଣାରେ ମୋଡ଼। କୋଇଲା ଧୂଆଁରୁ ମୃତ୍ୟୁ ସନ୍ଦେହ, ଥାନାରେ ୩ ମାମଲା ରୁଜୁ

କଟକ ଜିଲ୍ଲା ଆଠଗଡର ମହାନଦୀ ବାଲିପଠାରେ କୁମ୍ଭୀର ବୁଲୁଛି। ଲୋକେ ଆତଙ୍କିତ।

ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ବେଳେ ବାଲେଶ୍ଵର ବସ୍ତା ପାଖରେ ଗୋରୁ ବୋଝେଇ କଣ୍ଟେନରରେ ୫୦ ରୁ ଅଧିକ ଗୋରୁ ଜବତ।

କଳାହାଣ୍ଡି ଧର୍ମଗଡରେ ଅବସରପ୍ରାପ୍ତ ଏଲଏଚବିଙ୍କୁ ହତ୍ୟା, ସ୍କୁଟି ନେଇ ଫେରାର

ଭୁବନେଶ୍ୱରରେ ତିନି ସପ୍ତାହ ହେଲା ପ୍ରଦୂଷଣ ସ୍ଥିତି ଖରାପ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ମଚାରୀ କାଚ ଘରୁ ବାହାରୁ ନାହାନ୍ତି।

ପାଣ୍ଡିଆନ ଆମ ନେତା ନୁହଁନ୍ତି। ଗୋଟିଏ ପରେ ଗୋଟିଏ ବିଜେଡି ନେତା ଏକଥା କହୁଛନ୍ତି।

ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲ ମାନଙ୍କ ବନ୍ଧୁକ ଓ ବୋମା କାରଖାନାକୁ ଧ୍ବଂସ କରିଛନ୍ତି ଯବାନ।

ମଧ୍ୟପ୍ରଦେଶ ବିଜେପି ମନ୍ତ୍ରୀ କହିଲେ, ରାଜନୈତିକ ବାଧକତାରେ ଅନେକ ଘୋଷଣା କରିଥିଲୁ, କିନ୍ତୁ ସେସବୁ ପୂରଣ କରିବା ଅସମ୍ଭବ

ନିଜର ମେଲ ଆଇଡି ପାସୱାର୍ଡ ବଦଳାନ୍ତୁ। ଦେଶରେ ୬୮ କୋଟି ଇମେଲ୍ ପାସଓ୍ବାର୍ଡ ଲିକ୍ ହୋଇଛି ବୋଲି ରିପୋର୍ଟ।

ଚଣ୍ଡୀଗଡରେ ଅନଲାଇନ ଠକ ଲୁଟିନେଲେ ୮ କୋଟି, ନିଜକୁ ନିଜେ ଗୁଳିକଲେ ପଞ୍ଜାବର ପୂର୍ବତନ ଆଇଜି

ଦିଲ୍ଲୀରେ ଥିବା ବାଂଲାଦେଶ କାର୍ଯ୍ୟାଳୟ ଭିସା ସେବା ବନ୍ଦ କଲା।

ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ହେଲା। ଶସ୍ତାରେ ଫଳ ଆମଦାନୀ ହେବ।

ବାଂଲାଦେଶରେ ହିନ୍ଦୁ ସଂହାର ଲାଗି ରହିଛି। ଦେଶରେ ୮% ହିନ୍ଦୁ ଆତଙ୍କିତ। ହିନ୍ଦୁ ବିରୋଧୀ ହାଦୀ ପରେ ଶେଖ ହସିନାଙ୍କ ଦଳର ନେତାଙ୍କୁ ଗୁଳି।

ଆବଶ୍ୟକ ପଡ଼ିଲେ ୟୁନୁସଙ୍କୁ ବି କ୍ଷମତାରୁ ହଟାଇବୁ, କହିଲେ ବାଂଲାଦେଶୀ ବିଦ୍ରୋହୀ

ଗତବର୍ଷ ଏଇ ସମୟରେ
ଗଂଜାମ ଚିକିଟି ବିଷାକ୍ତ ମଦମୃତ୍ୟୁ ମାମଲାର ଦୁଇମାସିଆ ନୋଟିସ ସମୟ ସରିଲା ପରେବି ତଦନ୍ତ ଆରମ୍ଭ ହୋଇନଥିଲା

ଆଜି ଜାତୀୟ କୃଷକ ଦିବସ

ଆଜି ଜନ୍ମଦିନ: ଚରଣ ସିଂ, ନରସିଂହ ମିଶ୍ର

ଆଜି ତିରୋଧାନ: ସ୍ୱାମୀ ଶ୍ରଦ୍ଧାନନ୍ଦ

ଇତିହାସରେ ଆଜି: (୧୪୬୫) ମୋଗଲ ସୈନ୍ୟ ଦ୍ୱାରା ବିଜୟନଗର ରାଜା ବିରୁପାକ୍ଷ ପରାଜିତ/ (୧୯୨୧) ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଉଦଘାଟିତ/ (୧୯୨୨) ବିବିସି ଦ୍ୱାରା ଦୈନିକ ଖବର ପ୍ରସାରଣ ଆରମ୍ଭ/ (୧୯୫୪) ବୋଷ୍ଟନରେ ପ୍ରଥମ କିଡନୀ ପ୍ର୍ରତିରୋପଣ/ (୧୯୬୮) ଭାରତର ପ୍ରଥମ ପାଣିପାଗ ରକେଟ ପଠାଗଲା/ (୨୦୦୦) କଲିକତାର ନୂଆ ନାମ କୋଲକାତା ହେଲା/ (୨୦୦୮) ବିଶ୍ଵବ୍ୟାଙ୍କ ଦ୍ୱାରା ସତ୍ୟମ କମ୍ପାନୀ କଳା ତାଲିକାଭୁକ୍ତ

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!