ବ୍ୟୁରୋ ରିପୋର୍ଟ::
ନୂଆପଡା ୦୪.୧୨.ନୂଆପଡା ଜିଲ୍ଲାରେ ଚଳିତ ରବି ୨୦୨୫-୨୬ ଋତୁ ପାଇଁ ଏକ ଜିଲ୍ଲାସ୍ତରୀୟ କୃଷିଭିତ୍ତିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, କାର୍ଯ୍ୟସୂଚୀ ଅନୁଯାୟୀ ନୂଆପଡା ଜିଲ୍ଲାରେ ଅଧିଗୃହୀତ କୃଷି ଯୋଜନା, ବିଭିନ୍ନ କାର୍ଯ୍ୟକଳାପ ଓ ଆସନ୍ତା ରବି ଋତୁ ପାଇଁ ପ୍ରସ୍ତୁତ କୌଶଳ ଉପସ୍ଥାପନ କରିଥିଲେ। ଏହା ସହିତ ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଲବ ସୋରେନ୍ ଓ ଉପ ନିର୍ଦ୍ଦେଶକ ଜଳ ଛାୟା ପ୍ରକଳ୍ପ ମଧ୍ୟ ନିଜ-ନିଜ ବିଭାଗୀୟ କାର୍ଯ୍ୟସୂଚୀ ଓ ରବି କାଳିନ କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ I ଉକ୍ତ ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ, କୃଷି ବିଭାଗର ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ।ଆସନ୍ତା ରବି ପ୍ରକଳ୍ପ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲ। ପାଣିର ସଠିକ୍ ବ୍ୟବହାର ଓ ଜୈବ ସାରର ବହୁଳ ବ୍ୟବହାର ପାଇଁ ଧାନ ଠାରୁ ଅଣଧାନ ଫସଲକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ। ସେ ଜିଲ୍ଲାରେ ଏକ “ଆଦର୍ଶ କୃଷି ଗ୍ରାମ କରିବା ସହ ଏହି ବର୍ଷ ଫୁଲ ଭାବରେ ସୋରିଷ ଫୁଲକୁ ମାନ୍ୟତା ଦେଇଛନ୍ତି।
